ଇରାନର ମାନବାଧିକାର କର୍ମୀ ନର୍ଗିସ ମହମ୍ମଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର | News Room Odisha

ଇରାନର ମାନବାଧିକାର କର୍ମୀ ନର୍ଗିସ ମହମ୍ମଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଅସଲୋ: ଇରାନର ମାନବାଧିକାର କର୍ମୀ ନର୍ଗିସ ମହମ୍ମଦୀ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବେ । ଇରାନରେ ମହିଳାଙ୍କ ଅଧିକାର ତଥା ମାନବିକ ଅଧିକାରର ସୁରକ୍ଷା ପାଇଁ ୫୧ ବର୍ଷୀୟା ନର୍ଗିସଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଶାନ୍ତି ପ୍ରତିଷ୍ଠା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ।

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଭେଷଜ, ସାହିତ୍ୟ ଏବଂ ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯାଏ। ଏଥର ମେଡ଼ିସିନ୍ ବା ଭେଷଜ ପାଇଁ ଡକ୍ଟର କାଟାଲିନ କାରିକୋ ଏବଂ ଡ ଡ୍ରୁ ୱିସମ୍ୟାନଙ୍କୁ ନୋବେଲ ପୁରସ୍କାର ଦିଆଯିବ । ସେହିପରି ରସାୟନ ବିଜ୍ଞାନରେ ମୌଙ୍ଗି ଜି, ବାୱେଣ୍ଡି, ଲୁଇସ୍ ବ୍ରୁସ୍ ଏବଂ ଆଲେକ୍ସି ଏକିମୋଭଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସାହିତ୍ୟ ପାଇଁ ନୋବେଲ ପାଇବେ ନରଓ୍ବେ ଲେଖକ ଜନ୍ ଫୋସେ | ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପିଆର ଆଗୋଷ୍ଟିନି, ଫେରେନ୍ସ କ୍ରୁଜ ଏବଂ ଆନ୍ ଲ’ହୁଲିଅରଙ୍କୁ ମିଳିବ |