ଚନ୍ଦ୍ରଯାନ-୩ ମିଶନ ସହ ଜଡ଼ିତ ଇସ୍ରୋ ବୈଜ୍ଞାନିକ ଏନ୍ ଭାଲାରମାଥୀଙ୍କ ହୃଦଘାତରେ ମୃତ୍ୟୁ | News Room Odisha

ଚନ୍ଦ୍ରଯାନ-୩ ମିଶନ ସହ ଜଡ଼ିତ ଇସ୍ରୋ ବୈଜ୍ଞାନିକ ଏନ୍ ଭାଲାରମାଥୀଙ୍କ ହୃଦଘାତରେ ମୃତ୍ୟୁ

ବେଙ୍ଗାଲୁରୁ: ଭାରତର ପ୍ରଥମ ସ୍ୱଦେଶୀ ରାଡାର ଇମେଜିଙ୍ଗ ସାଟେଲାଇଟ୍ ରିସାଟ୍-୧ର ପ୍ରୋଜେକ୍ଟ ନିର୍ଦ୍ଦେଶକ ତଥା ଇସ୍ରୋର ମହିଳା ବୈଜ୍ଞାନିକ ଏନ୍ ଭାଲାରମାଥୀଙ୍କର ଶନିବାର ସନ୍ଧ୍ୟାରେ ଚେନ୍ନାଇରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଇସ୍ରୋରେ ରକେଟ୍ ଲଞ୍ଚ କାଉଣ୍ଟ ଡାଉନ୍ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ମିଶନ ଲଞ୍ଚର କାଉଣ୍ଟ ଡାଉନରେ ମଧ୍ୟ ଜଡ଼ିତ ଥିଲେ ଭାଲାରମାଥୀ ।

ଇସ୍ରୋର ପୂର୍ବତନ ନିର୍ଦ୍ଦେଶକ ତଥା ରକେଟ୍ ମଟେରିୟଲ ଓ ରକେଟ୍ ନିର୍ମାଣ ବିଶେଷଜ୍ଞ ଡକ୍ଟର ପି.ଭି ଭେଙ୍କିଟାକ୍ରିଷ୍ଣନ୍ ଏକ୍ସ(ଟ୍ବିଟର) ରେ ତାଙ୍କ ପୋଷ୍ଟରେ ଭାଲାରମାଥୀଙ୍କ ଦେହାନ୍ତ ନେଇ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଶ୍ରୀହାରିକୋଟାରୁ ଇସ୍ରୋର ଭବିଷ୍ୟତ ମିଶନ କାଉଣ୍ଟ ଡାଉନରେ ଏନ୍ ଭାଲାରାମଥୀ ମ୍ୟାଡାମଙ୍କ ସ୍ୱର ଆଉ ରହିବ ନାହିଁ। ଚନ୍ଦ୍ରଯାନ-୩ ତାଙ୍କର ଶେଷ କାଉଣ୍ଟ ଡାଉନ୍ ଘୋଷଣା ଥିଲା।