ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ସହ ପିଏସ୍ଏଲଭି-ସି୫୫ ରକେଟର ସଫଳ ଉତକ୍ଷେପଣ କଲା ଇସ୍ରୋ | News Room Odisha

ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ସହ ପିଏସ୍ଏଲଭି-ସି୫୫ ରକେଟର ସଫଳ ଉତକ୍ଷେପଣ କଲା ଇସ୍ରୋ

ଶ୍ରୀହାରିକୋଟା: ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଶନିବାର ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ଟେଲିଓଏସ୍-୨ ଏବଂ ଲୁମି ଲାଇଟ୍-୪ ସହ ପିଏସ୍ଏଲଭି-ସି୫୫ ରକେଟର ସଫଳ ଉତକ୍ଷେପଣ କରିଛି। ଚଳିତ ବର୍ଷ ଇସ୍ରୋର ଏହା ତୃତୀୟ ଲଞ୍ଚ୍ ମିଶନ ଥିଲା ।

୨୨.୫ ଘଣ୍ଟା କାଉଣ୍ଟଡାଉନ୍ ପରେ ଚେନ୍ନାଇଠାରୁ ପ୍ରାୟ ୧୩୫ କିଲୋମିଟର ଦୂରରେ ଅବସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ ୨.୧୯ରେ ୪୪.୪ ମିଟର ଉଚ୍ଚ ପିଏସ୍ଏଲଭି-ସି୫୫ ରକେଟ୍ ଉତକ୍ଷେପଣ କରାଯାଇଥିଲା | ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ ପିଏସ୍ଏଲଭି ଉଭୟ ସାଟେଲାଇଟକୁ ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପିତ କରିଛି । ମିଶନ୍ କଣ୍ଟ୍ରୋଲ୍ ସେଣ୍ଟରର ପ୍ରସନ୍ନ ସୋମନାଥ କହିଛନ୍ତି, ଏହାର ୫୭ତମ ମିଶନରେ ପିଏସ୍ଏଲଭି ପୁଣିଥରେ ଉଚ୍ଚ ବିଶ୍ୱସନୀୟତା ଏବଂ ଏହି ପ୍ରକାର ବ୍ୟବସାୟିକ ମିଶନ ପାଇଁ ନିଜ ଉପଯୋଗିତା ପ୍ରଦର୍ଶନ କରିଛି।