ବିବିସି ଅଫିସରେ ଆୟକର ବିଭାଗର ଚଢ଼ାଉ, ଅଫିସ୍ ସିଲ୍, କର୍ମଚାରୀଙ୍କ ଫୋନ୍ ଜବତ | News Room Odisha

ବିବିସି ଅଫିସରେ ଆୟକର ବିଭାଗର ଚଢ଼ାଉ, ଅଫିସ୍ ସିଲ୍, କର୍ମଚାରୀଙ୍କ ଫୋନ୍ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମୁମ୍ବାଇରେ ବିବିସି ଅଫିସ୍ ଉପରେ ମଙ୍ଗଳବାର ଆୟକର ବିଭାଗ ଚଢ଼ାଉ କରିଛି। ଆୟକର ବିଭାଗ ଟିମ୍ ଅଫିସ୍ ଭିତରେ କମ୍ପ୍ୟୁଟର ଡାଟା ଯାଞ୍ଚ କରୁଛନ୍ତି। ସୂଚନାନୁସାରେ, ବିବିସି କର୍ମଚାରୀଙ୍କୁ ଘରକୁ ଯିବାକୁ କୁହାଯାଇଛି । ବିସିସିଆଇ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । କର୍ମଚାରୀଙ୍କ ଫୋନ୍‌ ମଧ୍ୟ ଜବତ କରାଯାଇଛି। ଏହି ରେଡ୍ କାହିଁକି ହୋଇଛି ସେନେଇ ଆୟକର ବିଭାଗ ତରଫରୁ କିଛି କୁହାଯାଇନାହିଁ ।

ବିବିସି ଅଫିସରେ ଚଢ଼ାଉ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସରକାର ବିବିସି ପଛରେ ପଡ଼ିଛନ୍ତି। ବିନାଶ କାଳେ ବିପରୀତ ବୁଦ୍ଧି | ସେ କହିଛନ୍ତି ଯେ ଆମେ ଆଦାନୀ ପ୍ରସଙ୍ଗରେ ଜେପିସି ଦାବି କରୁଛୁ ଏବଂ ସରକାର ବିବିସି ପଛରେ ଲାଗିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗୁଜରାଟ ଦଙ୍ଗା ଉପରେ ବିବିସିର ଦୁଇ ଅଧ୍ୟାୟ ବିଶିଷ୍ଟ ଡକ୍ୟୁମେଣ୍ଟାରୀ ‘ ଇଣ୍ଡିଆ: ଦି ମୋଦୀ କ୍ବେଶ୍ଚିନ୍’କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କେନ୍ଦ୍ର ସରକାର ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ୍ କରିଥିଲେ । ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।