ନୂଆଦିଲ୍ଲୀ: ଦେଶର ଦୁଇଟି ବୃହତ୍ତମ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ୫ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଏୟାରଟେଲ ବର୍ତ୍ତମାନ ଏକ ଭଲ ସ୍ଥିତିରେ ଥିବା ଜଣାପଡିଛି। ଏହାର କାରଣ ହେଉଛି ଏହାର ୫ଜି ରୋଲଆଉଟ୍ ଭର୍ସନ ନନ-ଷ୍ଟାଣ୍ଡାଲୋନ୍ (ଏନ୍ଏସ୍ଏ) ମୋଡ୍ ରେ ଅଛି | ବିଶ୍ବର ୯୦ ପ୍ରତିଶତରୁ ଅଧିକ ନେଟୱାର୍କ ଏହାକୁ ବ୍ୟବହାର କରୁଛନ୍ତି | କିନ୍ତୁ କିଛି ବିଶେଷଜ୍ଞ କହିଛନ୍ତି ଯେ ଜିଓର ଷ୍ଟାଣ୍ଡାଲୋନ୍ (ଏସ୍ଏ) ମୋଡ୍ ହେଉଛି ୫ଜି ର ଏକ ଉନ୍ନତ ଭର୍ସନ ଏବଂ ଯଦି ଏହାର ଇକୋସିଷ୍ଟମ୍ ଦ୍ରୁତ ଗତିରେ ବିକଶିତ ହୁଏ, ତେବେ ଏହା ଏୟାରଟେଲର ପ୍ରାରମ୍ଭିକ ଅଗ୍ରଣୀକୁ କାଟି ଦେଇପାରିବ ।
ଏଡେଲୱିସ୍ ସିକ୍ୟୁରିଟିଜ୍ ଅନୁଯାୟୀ, ୫ଜି ସେବା ନେଇ ଟେଲିକମ ହେଭିଓ୍ବେଟଙ୍କ ମଧ୍ୟରେ ଏକ ବଡ଼ ଲଢ଼େଇ ହେବ । ସୁନୀଲ ମିତ୍ତଲଙ୍କ ଭାରତୀ ଏୟାରଟେଲ ଏବଂ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓର ୫ଜି ରଣନୀତି ସମ୍ପୂର୍ଣ୍ଣ ଭିନ୍ନ। ଏହି ଲଢେ଼ଇରେ କିଏ ଜିତିବ ତାହା ଏୟାରଟେଲ ଏବଂ ଜିଓର ରଣନୀତି ଉପରେ ନିର୍ଭର କରିବ | ଜିଓ-ଏୟାରଟେଲ ମଧ୍ୟରେ ୫ଜି ଲଢ଼େଇ ଟେକ୍ନୋଲୋଜି ଉପରେ ନିର୍ଭର କରିବ ନାହିଁ, ବରଂ ନିଜ ଇକୋସିଷ୍ଟମକୁ କିଏ ଶୀଘ୍ର ଅପଡେଟ୍ କରିପାରୁଛି ତାହା ନିର୍ଣ୍ଣୟ କରିବ ।
ଏୟାରଟେଲ ୫ଜି ରୋଲ୍ଆଉଟ୍ ଲାଗି ଏନ୍ଏସ୍ଏ ମୋଡ୍ ଚୟନ କରିଛି | ମାର୍ଚ୍ଚ ୨୦୨୪ ରୁ ସାରା ଦେଶରେ ୫ଜି ସେବା ଆରମ୍ଭ କରିବାକୁ କମ୍ପାନୀ ଯୋଜନା କରିଛି। ଅନ୍ୟପକ୍ଷରେ, ଜିଓ ଏହାର ୫ଜି ଲଞ୍ଚ୍ ପାଇଁ ଏସ୍ଏ ମୋଡ୍ ଆପଣାଇଛି | ସମ୍ପ୍ରତି ସ୍ପେକ୍ଟ୍ରମ୍ ନିଲାମରେ କେବଳ ଜିଓ ହିଁ ୭୦୦ ମେଗାହର୍ଜର ସ୍ପେକ୍ଟ୍ରମ୍ କିଣିଥିଲା | ଜିଓର ପ୍ୟାରେଣ୍ଟ୍ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ଦେଶର ୧୦୦୦ ସହରରେ ୫ଜି କଭରେଜ୍ ଯୋଜନା ଆରମ୍ଭ କରିବାକୁ କମ୍ପାନୀ ପ୍ରସ୍ତୁତି କରୁଛି । ଅନ୍ୟପକ୍ଷରେ ଏୟାରଟେଲ କହିଛି ଯେ ୫୦୦୦ ସହରରେ ୫ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ।