ଓ୍ବାଇଏସ୍ଆର୍ କଂଗ୍ରେସର ଆଜୀବନ ସଭାପତି ହେଲେ ଜଗନ୍ | News Room Odisha

ଓ୍ବାଇଏସ୍ଆର୍ କଂଗ୍ରେସର ଆଜୀବନ ସଭାପତି ହେଲେ ଜଗନ୍

ଅମରାବତୀ: ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀ ଶନିବାର ଯୁବାଜନ ଶ୍ରମିକ ରଇତୁ କଂଗ୍ରେସ (ଓ୍ବାଇଏସ୍ଆରସି) ଦଳର ଆଜୀବନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଦଳର ଦୁଇ ଦିନିଆ ସମ୍ମିଳନୀର ଶେଷ ଦିନରେ ଜଗନ ମୋହନଙ୍କୁ ଆଜୀବନ ଅଧ୍ୟକ୍ଷ କରାଯାଇଛି ।

ଏହା ପୂର୍ବରୁ ଦଳର ସମ୍ବିଧାନରେ ସଂଶୋଧନ କରାଯାଇଥିଲା ଯାହାଦ୍ୱାରା ଜଗନ୍ ଆଜୀବନ ସଭାପତି ଭାବରେ ନିର୍ବାଚିତ ହୋଇପାରିବେ। କଂଗ୍ରେସ ଛାଡିବା ପରେ ଜଗନ୍ ୨୦୧୧ରେ ଓ୍ବାଇଏସ୍ଆରସି ଗଠନ କରିଥିଲେ ଏବଂ ସେବେଠାରୁ ଦଳର ସଭାପତି ରହିଆସିଛନ୍ତି । ତାଙ୍କ ମାତା ବିଜୟମ୍ମା ସମ୍ମାନିତ ସଭାପତି ଭାବେ ରହିଥିଲେ । ତେବେ ପରିବାରରେ ମତଭେଦ ଥିବାରୁ ବିଜୟମ୍ମା ଶୁକ୍ରବା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ତେବେ ବିଜୟମ୍ମା କହିଛନ୍ତି ଯେ ତାଙ୍କ ଝିଅ ଶର୍ମିଲାଙ୍କୁ ସମର୍ଥନ କରିବା ପାଇଁ ସେ ଓ୍ବାଇଏସ୍ଆରସି ଛାଡିଛନ୍ତି । ଶର୍ମିଲା ପଡୋଶୀ ରାଜ୍ୟରେ ଓ୍ବାଇଏସ୍ଆର୍ ତେଲେଙ୍ଗାନା ପାର୍ଟିର ସଭାପତି। ଜଗନଙ୍କୁ ଆଜୀବନ ଦଳର ସଭାପତି ଭାବରେ ରଖିବାକୁ ହେଲେ ଓ୍ବାଇଏସ୍ଆରସିକୁ ବର୍ତ୍ତମାନ ନିର୍ବାଚନ ଆୟୋଗର ଅନୁମୋଦନ ନେବାକୁ ପଡିବ । ଯାହା ଦ୍ଵାରା ପ୍ରତି ଦୁଇ ବର୍ଷରେ ଏହି ପଦବୀ ପାଇଁ ନିର୍ବାଚନ କରିବା ଆବଶ୍ୟକ ପଡ଼ିବ ନାହିଁ ।