ବରିଷ୍ଠ ଜେଡିୟୁ ନେତା କୈଳାଶ ମାହାତୋଙ୍କୁ ଗୁଳିକରି ହତ୍ୟା | News Room Odisha

ବରିଷ୍ଠ ଜେଡିୟୁ ନେତା କୈଳାଶ ମାହାତୋଙ୍କୁ ଗୁଳିକରି ହତ୍ୟା

ପାଟନା: ବିହାରର କଟିହାର ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଜନତା ଦଳ (ୟୁନାଇଟେଡ୍)ର ବରିଷ୍ଠ ନେତା କୈଳାଶ ମାହାତୋଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସର ସୂଚନାନୁସାରେ, ଘଟଣା କଟିହାରର ବରି ପୋଲିସ ଥାନା ଅଞ୍ଚଳରେ ଘଟିଛି । ମାହାତୋଙ୍କ ଉପରେ ଚାରିରୁ ପାଞ୍ଚ ରାଉଣ୍ଡ ଗୁଳିମାଡ଼ ହୋଇଥିଲା । ଦୁଇଜଣ ଲୋକ ବାଇକରେ ଆସି କୃଷି ଫାର୍ମ ଛକ ନିକଟରେ ପହଞ୍ଚି‌ ହଠାତ୍ ଜେଡିୟୁ ନେତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ କୈଲାଶ ମାହାତୋଙ୍କୁ ବୁରାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ଘଟଣା ସମ୍ପର୍କରେ ସୂଚନା ପାଇ ବୁରାରୀ ପୋଲିସ ଥାନା ଅଧିକାରୀ ମନୀଷ କୁମାର ରାଜକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମାହାତୋଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ କଟିହାର ଡାକ୍ତରଖାନାକୁ ପଠାଯାଇଛି। ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ମାହାତୋଙ୍କୁ ହତ୍ୟା କରାଯାଇଛି ବୋଲି କଟିହାର ପୋଲିସ କହିଛି। ମାହାତୋଙ୍କୁ ୭୦ ବର୍ଷ ବୟସ ହୋଇଥିଲା |