ଲଗାତର ଦ୍ୱିତୀୟ ଥର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେଲେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ, ବାଚନିକ ଭୋଟରେ ବିଜୟୀ, ବିଜେଡି ଦେଇଥିଲା ସମର୍ଥନ | News Room Odisha

ଲଗାତର ଦ୍ୱିତୀୟ ଥର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେଲେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ, ବାଚନିକ ଭୋଟରେ ବିଜୟୀ, ବିଜେଡି ଦେଇଥିଲା ସମର୍ଥନ

ନୂଆଦିଲ୍ଲୀ – ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ଲଗାତର ଦ୍ୱିତୀୟ ଥର ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଏନଡିଏର ପ୍ରାର୍ଥୀ ଥିଲେ । ତାଙ୍କ ବିପକ୍ଷରେ ଆରଜେଡି ସଦସ୍ୟ ଥିଲେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ । ବାଚନିକ ଭୋଟରେ ବିଜୟୀ ହୋଇଛନ୍ତି ରାଜ୍ୟସଭା ହରିବଂଶ ନାରାୟଣ । ପୂର୍ବରୁ ଆଜି ସକାଳେ ହରିବଂଶଙ୍କୁ ବିଜେଡି ସମର୍ଥନ ଘୋଷଣା କରିଥିଲା ।

ହରିବଂଶ ନାରାୟଣ ସାମ୍ବାଦିକତା ସହ ବହୁ ବର୍ଷ ଜଡିତ ଥିଲେ । ଜୟପ୍ରକାଶ ନାରାୟଣଙ୍କ ଆଦର୍ଶରେ ସେ ଅନୁପ୍ରାଣିତ । ୧୯୫୬ରେ ହରିବଂଶ ୟୁପିର ବଲିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ସେ ବନାରସ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମଏ ଓ ସାମ୍ବାଦିକତାରେ ଡିପ୍ଲୋମା ହାସଲ କରିଛନ୍ତି । ସକ୍ରିୟ ସାମ୍ବାଦିକ ଭାବେ ସେ ବିଭିନ୍ନ ପତ୍ରପତ୍ରିକାରେ କାମ କରିଛନ୍ତି ।୧୯୯୦-୯୧ରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଅତିରିକ୍ତ ସୂଚନା ଉପଦେଷ୍ଟା ଥିଲେ । ଅଢେଇ ଦଶକରୁ ଅଧିକ ସମୟ ଧରି ସେ ପ୍ରଭାତ ଖବର ଖବରକାଗଜର ମୁଖ୍ୟ ସଂପାଦକ ଥିଲେ । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ତାଙ୍କୁ ରାଜନୀତିକୁ ଆଣି ରାଜ୍ୟସଭାକୁ ପଠାଇଥିଲେ ।