ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ୧୪ ଜଣ ପ୍ରାର୍ଥୀଙ୍କୁ ପରଫେକ୍ଟ ୧୦୦ | News Room Odisha

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ୧୪ ଜଣ ପ୍ରାର୍ଥୀଙ୍କୁ ପରଫେକ୍ଟ ୧୦୦

ନୂଆଦିଲ୍ଲୀ: ଜେଇଇ ମେନ୍ ପ୍ରଥମ ସେସନ୍ ପରୀକ୍ଷା ଫଳ ପ୍ରକାଶ ହୋଇଛି । ଜେଇଇ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in , nta.ac.in – ntaresults.nic.in ରେ ସେମାନଙ୍କର ରେଜଲ୍ଟ ଯାଞ୍ଚ କରିପାରିବେ । ପ୍ରକାଶିତ ଫଳ ଅନୁଯାୟୀ, ୧୪ ଜଣ ପ୍ରାର୍ଥୀ ୧୦୦ ରୁ ୧୦୦ ମାର୍କ ପାଇଛନ୍ତି। ପରଫେକ୍ଟ ୧୦୦ ରଖିଥିବା ଏହି ୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ।

ଏହି ପରୀକ୍ଷା ପାଇଁ ମୋଟ ୮,୭୨, ୪୩୨ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଥିବା ବେଳେ ୭,୬୯, ୫୮୯ ଜଣ ଏହି ପରୀକ୍ଷା ଦେଇଥିଲେ। ୪୦୭ ଟି ସହରରେ (ଦେଶ ବାହାରେ ୧୭) ୫୮୮ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। ଜେଇଇ ମେନ୍ ରେଜଲ୍ଟ ଆଧାରରେ ଏନ୍ଆଇଟି, ଆଇଆଇଆଇଟି ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଦେଶର ଅଗ୍ରଣୀ ବୈଷୟିକ ଅନୁଷ୍ଠାନ (ସିଏଫଟିଆଇ) ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତଥା ରାଜ୍ୟ ସରକାର ସ୍ବୀକୃତି ପ୍ରାପ୍ତ ଅଣ୍ଡର ଗ୍ରାଜୁଏଟ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ‘ବିଇ’ ଏବଂ ‘ବି-ଟେକ୍’ ରେ ଆଡମିଶନ କରାଯିବ । ଜେଇଇ ମେନର ଦ୍ବିତୀୟ ସେସନ୍ ଜୁଲାଇ ୨ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।