ଝାଡଖଣ୍ଡର ଶିକ୍ଷା ମନ୍ତ୍ରୀଙ୍କ ପରଲୋକ | News Room Odisha

ଝାଡଖଣ୍ଡର ଶିକ୍ଷା ମନ୍ତ୍ରୀଙ୍କ ପରଲୋକ

ରାଞ୍ଚି: ଝାଡଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମାହାତୋଙ୍କ ଗୁରୁବାର ଚେନ୍ନାଇର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି । ତାଙ୍କୁ ୫୭ ବର୍ଷ ହୋଇଥିଲା । ଜଗରନାଥ ମାହାତୋ ନଭେମ୍ବର ୨୦୨୦ରେ ଫୁସଫୁସ ପ୍ରତିରୋପଣ କରିଥିଲେ। ତେବେ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ଗତ ମାସରେ ମାହାତୋଙ୍କୁ ଚେନ୍ନାଇ ସ୍ଥାନାନ୍ତର କରାଯାଇଥିଲା। ସେ କରୋନାରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି।

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ସହକର୍ମୀ ଜଗରନାଥ ମାହାତୋଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଏହାକୁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଓ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଜଗରନାଥଙ୍କ ମାହାତୋଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।

ଶିକ୍ଷା ମନ୍ତ୍ରୀଙ୍କ ବିୟୋଗରେ ନେଇ ଝାଡ଼ଖଣ୍ଡ ସରକାର ରାଜ୍ୟରେ ଦୁଇ ଦିନିଆ ଶୋକ ଘୋଷଣା କରାଯାଇଛି। ଶିକ୍ଷା ମନ୍ତ୍ରୀଙ୍କ ଦେହାନ୍ତ ଯୋଗୁଁ ଆଜି ହେବାକୁ ଥିବା ଝାଡ଼ଖଣ୍ଡ କ୍ୟାବିନେଟ ବୈଠକ ସ୍ଥଗିତ ରଖାଯାଇଛି।

ଜଗରନାଥ ମାହାତୋଙ୍କ ଗୋଟିଏ ପୁଅ ଏବଂ ଚାରି ଝିଅ ଅଛନ୍ତି। ସେ ଗିରିଡିହର ଡୁମ୍ରିରୁ ଚାରିଥର ବିଧାୟକ ଥିଲେ।