ଜିଗ୍ନେଶ ମେବାନୀଙ୍କୁ ଜାମିନ ମିଳିଲା | News Room Odisha

ଜିଗ୍ନେଶ ମେବାନୀଙ୍କୁ ଜାମିନ ମିଳିଲା

ଗୌହାଟି: ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀଙ୍କୁ ଜାମିନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରିବା ଅଭିଯୋଗରେ ଆସାମ ପୋଲିସ ତାଙ୍କୁ ଗିରଫ କରିଥିଲା। କିନ୍ତୁ ସେହି ମାମଲାରେ ସେ ଜାମିନ ପାଇଥିଲେ ମଧ୍ୟ ମହିଳା ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ତାଙ୍କୁ ଆସାମ ପୋଲିସ ପୁଣି ଗିରଫ କରିଥିଲା।

ଶୁକ୍ରବାର ଆସାମର ବାରପେଟା ଜିଲ୍ଲାର ଏକ ସ୍ଥାନୀୟ କୋର୍ଟ ମଧ୍ୟ ଏହି ମାମଲାରେ ଜିଗ୍ନେଶ ଜାମିନ ପ୍ରଦାନ କରିଛନ୍ତି। ଜିଗ୍ନେଶ ମେଭାନୀଙ୍କ ଓକିଲ ଅଙ୍ଗସୁମାନ ବୋରା ଗଣମାଧ୍ୟମକୁ କହିଛନ୍ତି ଯେ ଜାମିନ ମଞ୍ଜୁର ହୋଇଥିଲେ ବି କିଛି ଔପଚାରିକତା ବାକି ଥିବାରୁ ଜିଗ୍ନେଶ ମେବାନୀଙ୍କୁ ଏପ୍ରିଲ ୩୦ ରେ ଜେଲରୁ ମୁକ୍ତ କରାଯାଇପାରେ।