ବାଇଡେନ କରୋନା ପଜିଟିଭ୍ | News Room Odisha

ବାଇଡେନ କରୋନା ପଜିଟିଭ୍

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କରୋନା ସଂକ୍ରମିତ ହୋଇଛନ୍ତି। ହ୍ବାଇଟ୍ ହାଉସର ମୁଖପାତ୍ର କାଇରିନ୍ ଜନ୍-ପିଆର୍ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।

ମୁଖପାତ୍ର କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନ ହ୍ବାଇଟ୍ ହାଉସରେ ଆଇସୋଲେସନରେ ରହି କାର୍ଯ୍ୟ କରୁଛନ୍ତି । ଏଥିସହ ସେ ଆଣ୍ଟିଭାଇରାଲ୍ ଔଷଧ ସେବନ କରୁଛନ୍ତି।

ଅନ୍ୟପକ୍ଷରେ ଆମେରିକାର ଫର୍ଷ୍ଟ ଲେଡି ତଥା ରାଷ୍ଟ୍ରପତି ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ କହିଛନ୍ତି ଯେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଜାନ୍-ପିଆର୍ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ୭୯ ବର୍ଷୀୟ ରାଷ୍ଟ୍ରପତି ବାଇଡେନଙ୍କ ଠାରେ କୋଭିଡର ‘ଅତି ସାମାନ୍ୟ ଲକ୍ଷଣ’ ଦେଖାଯାଇଥିଲା। ତଥାପି ସେ ତାଙ୍କ ସମସ୍ତ କାର୍ଯ୍ୟ ଜାରି ରଖିବେ |

ବିବୃତ୍ତି ଅନୁଯାୟୀ, ହ୍ବାଇଟ୍ ହାଉସର ପ୍ରୋଟୋକଲ ଅନୁଯାୟୀ ରାଷ୍ଟ୍ରପତି ଜୋ ବାଇଡେନ କରୋନାରୁ ସୁସ୍ଥ ନହେବା ପର୍ଯ୍ୟନ୍ତ ସେ ଏକାକୀ ଅଲଗା ରହି କାର୍ଯ୍ୟ ଜାରି ରଖିବେ।

ଜନ-ପିଆର ମଧ୍ୟ କହିଛନ୍ତି ଯେ ସେ ଟେଲିଫୋନ୍ ଏବଂ ଜୁମ୍ ମାଧ୍ୟମରେ ବୈଠକରେ ଯୋଗଦେବେ।