ପେନ୍‌ସନ୍‌ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ କିରାଣି | News Room Odisha

ପେନ୍‌ସନ୍‌ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ କିରାଣି

କଟକ: ପେନ୍‌ସନ୍‌ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ କିରାଣୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁସୁରୀ ସାଆଁଳପୁର ଇନ୍ଦିରା ଗାନ୍ଧୀ ମେମୋରିଆଲ କଲେଜର କନିଷ୍ଠ କିରାଣୀ ତଥା ଭାରପ୍ରାପ୍ତ ସେକ୍ସନ ଅଫିସର୍ ପ୍ରଭାତ ନାୟକ ସେହି କଲେଜର ଅବସରପ୍ରାପ୍ତ ମୃତ ଅଧ୍ୟାପକଙ୍କ ପେନସନ ଟଙ୍କା ମଞ୍ଜୁର କରାଇ ଦେବା ପାଇଁ ତାଙ୍କ ପୁଅଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଲାଞ୍ଚ ଟଙ୍କା ନେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭଦ୍ରକ ଭିଜିଲାନ୍ସ ଟିମ ପ୍ରଭାତ ନାୟକଙ୍କୁ ଧରିଥିଲା। ଲାଞ୍ଚ ଅର୍ଥ ଜବତ କରାଯିବା ସହ ପ୍ରଭାତଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ପ୍ରଭାତ ନାୟକଙ୍କ ଘରେ ଯାଞ୍ଚ୍ ଚାଲିଛି ।