କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାତୃ ବିୟୋଗ | News Room Odisha

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାତୃ ବିୟୋଗ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାତା ମାଧବୀ ରାଜେ ସିନ୍ଧିଆଙ୍କ ବୁଧବାର ଦିଲ୍ଲୀ ଏମ୍ସରେ ପରଲୋକ ହୋଇଯାଇଛି। ସୂତ୍ରରୁ ପ୍ରକାଶ ଯେ ଆଜି ସକାଳ ୯.୨୮ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଗତ କିଛି ଦିନ ହେବ ‘ଭେଣ୍ଟିଲେଟର’ରେ ଥିଲେ। ତାଙ୍କୁ ଗତ ତିନିମାସ ଧରି ଏମ୍ସରେ ଚିକିତ୍ସା କରାଯାଉଥିଲା। ସେ ନିମୋନିଆ ଏବଂ ସେପସିସ୍ ରୋଗରେ ପୀଡ଼ିତ ଥିଲେ।