ହଟିଲେ କମଲନାଥ, ଜିତୁ ପଟୱାରୀ ହେଲେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ | News Room Odisha

ହଟିଲେ କମଲନାଥ, ଜିତୁ ପଟୱାରୀ ହେଲେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ପିସିସି ମୁଖ୍ୟ ପଦରୁ କମଲ ନାଥଙ୍କୁ ହଟାଯାଇଛି । ତାଙ୍କ ସ୍ଥାନରେ ଜିତୁ ପଟୱାରୀଙ୍କୁ ରାଜ୍ୟ କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେହିପରି ଆଦିବାସୀ ନେତା ଉମଙ୍ଗ ସିଙ୍ଗାର ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିବା ବେଳେ ହେମନ୍ତ କଟାରେଙ୍କୁ ଉପନେତା କରାଯାଇଛି।

ନିକଟରେ ଶେଷ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ୨୩୦ ଆସନ ମଧ୍ୟରୁ ବିଜେପି ୧୬୩ଟି ଆସନ ଜିତି ପୂର୍ଣ୍ଣ ବହୁମତ ହାସଲ କରିଥିଲା । କମଲ ନାଥଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ି କଂଗ୍ରେସ ମାତ୍ର ୬୬ଟି ଆସନରେ ସନ୍ତୁଷ୍ଟ ହୋଇଥିଲା।