ଡିସ୍କସ୍ ଥ୍ରୋଅର କମଲପ୍ରୀତ କୌରଙ୍କ ଉପରେ ଲାଗିଲା ତିନି ବର୍ଷ ବ୍ୟାନ୍ | News Room Odisha

ଡିସ୍କସ୍ ଥ୍ରୋଅର କମଲପ୍ରୀତ କୌରଙ୍କ ଉପରେ ଲାଗିଲା ତିନି ବର୍ଷ ବ୍ୟାନ୍

ନୂଆଦିଲ୍ଲୀ: ଡୋପିଂ ପାଇଁ ଭାରତର ଷ୍ଟାର ମହିଳା ଡିସ୍କସ୍ ଥ୍ରୋଅର କମଲପ୍ରୀତ କୌରଙ୍କୁ ତିନି ବର୍ଷ ବାସନ୍ଦ କରାଯାଇଛି।

ଆନ୍ତର୍ଜାତୀୟ ସଂସ୍ଥା ୱାର୍ଲ୍ଡ ଆଥଲେଟିକ୍ସ ସହ ଜଡିତ ଆଥଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ୍ (ଏଆଆୟୁ) ଘୋଷଣା କରିଛି ଯେ ନିଷିଦ୍ଧ ଡ୍ରଗ୍ସ ବ୍ୟବହାର କରିଥିବାରୁ କମଲପ୍ରୀତଙ୍କ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଆଇୟୁ ଟୁଇଟ୍ କରି କହିଛି ଯେ ୭ ମାର୍ଚ୍ଚ ୨୦୨୨ ପରେ କମଲପ୍ରୀତ ଅଂଶଗ୍ରହଣ କରିଥିବା କୌଣସି ପ୍ରତିଯୋଗିତାର ଫଳାଫଳ ବୈଧ ବୋଲି ଧରାଯିବ ନାହିଁ।

କମଲପ୍ରୀତ କୌରଙ୍କ ଉପରେ ବାସନ୍ଦାଦେଶ ୨୯ ମାର୍ଚ୍ଚ ୨୦୨୨ ରୁ ଲାଗୁ ହେବ। ଟୋକିଓ ଅଲିମ୍ପିକ୍ସରେ କମଲପ୍ରୀତ ଷଷ୍ଠ ସ୍ଥାନ ହାସଲ କରିଥିଲେ ।