'କାର୍ ତଳେ ଜଣେ କେହି ଫସି ଯାଇଥିବା ଜାଣିଥିଲୁ, ଭୟରେ କାର୍ ରଖିନଥିଲୁ..' କଞ୍ଝାୱାଲା ମାମଲାରେ ଅଭିଯୁକ୍ତଙ୍କ ସ୍ବୀକାରୋକ୍ତି | News Room Odisha

‘କାର୍ ତଳେ ଜଣେ କେହି ଫସି ଯାଇଥିବା ଜାଣିଥିଲୁ, ଭୟରେ କାର୍ ରଖିନଥିଲୁ..’ କଞ୍ଝାୱାଲା ମାମଲାରେ ଅଭିଯୁକ୍ତଙ୍କ ସ୍ବୀକାରୋକ୍ତି

ନୂଆଦିଲ୍ଲୀ: ଦିଲ୍ଲୀର କଞ୍ଝାୱାଲା ମାମଲାରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ ଗାଡି ତଳେ ୧୨ କିଲୋମିଟର ଘୋଷାଡି ନେଇଥିଲେ ବୋଲି ସ୍ବୀକାର କରିଛନ୍ତି । ଅଞ୍ଜଳି କାର୍ ତଳେ ଘୋଷାଡି ହେଉଥିବା ସେମାନେ ଜାଣିଥିଲେ । ଦୁର୍ଘଟଣା ଘଟାଇବା ପରେ କାର୍ ଅନେକ ଥର ୟୁ-ଟର୍ନ ନେଇଥିଲା । କାରଣ ସେମାନେ ବହୁତ ଡରି ଯାଇଥିଲେ। ତେଣୁ ଗାଡ଼ି ତଳେ ଜଣେ କେହି ଲାଗି ଯାଇଛନ୍ତି ବୋଲି ଜାଣିବା ସତ୍ତ୍ୱେ କାର୍ ରଖିନଥିଲେ । ତେବେ ଘଟଣା ବେଳେ କାରରେ ଉଚ୍ଚ ସାଉଣ୍ଡରେ ଗୀତ ବଜାଇବା ଅଭିଯୋଗକୁ ସେମାନେ ଅସ୍ବୀକାର କରିଛନ୍ତି ।

ଅଞ୍ଜଳି ୩୧ ଡିସେମ୍ବର ରାତିରେ କଞ୍ଝାୱାଲା ଅଞ୍ଚଳରେ ପ୍ରାୟ ୧.୩୦ ମିନିଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ | ପୋଲିସର ସୂଚନାନୁସାରେ, ଅଞ୍ଜଳି ସ୍କୁଟିରୁ ଘରକୁ ଫେରୁଥିଲେ। ସେତେବେଳେ କାରରେ ଯାଉଥିବା ୫ ଜଣ ଯୁବକ ତାଙ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ଅଞ୍ଜଳି କାର ତଳେ ଫସି ଯାଇଥିଲେ। ତେବେ କାର୍ ତାଙ୍କୁ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଥିଲା | ଦୁର୍ଘଟଣା ସମୟରେ ଅଞ୍ଜଳି ତାଙ୍କ ସାଙ୍ଗ ନିଧିଙ୍କ ସହ ଥିଲେ । ସେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଦୁର୍ଘଟଣା ପରେ କାହାକୁ କିଛି ନକହି ଘଟଣାସ୍ଥଳରୁ ଚୁପଚାପ୍ ଛୁ ମାରିଥିଲେ ।

ଏହି ମାମଲାରେ ନିଜ ଭାଇକୁ ବଞ୍ଚାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୁକ୍ତ ଅଙ୍କୁଶ ଖାନ୍ନାଙ୍କୁ ଶନିବାର ଜାମିନ ମିଳିଛି।