କଞ୍ଝାଓ୍ବାଲା ମାମଲା: ୬ ଅଭିଯୁକ୍ତଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତ | News Room Odisha

କଞ୍ଝାଓ୍ବାଲା ମାମଲା: ୬ ଅଭିଯୁକ୍ତଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତ

ନୂଆଦିଲ୍ଲୀ: କଞ୍ଝାଓ୍ବାଲା ହିଟ୍ ଆଣ୍ଡ୍ ରନ୍ ମାମଲାରେ ୬ ଜଣ ଅଭିଯୁକ୍ତଙ୍କ ପୋଲିସ ହାଜତ ମିଆଦ ସରିବା ପରେ ଦିଲ୍ଲୀର ରୋହିଣୀ କୋର୍ଟ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ତେବେ ପୋଲିସର ତଦନ୍ତରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ଦିଲ୍ଲୀର ଏକ କୋର୍ଟ ଶନିବାର ଏହି ମାମଲାର ସପ୍ତମ ଅଭିଯୁକ୍ତ ଅଙ୍କୁଶ ଖାନ୍ନାଙ୍କୁ ଜାମିନ ପ୍ରଦାନ କରିଥିଲେ।

ଏହି ମାମଲାରେ ପୋଲିସ ପୂର୍ବରୁ ଦୀପକ ଖାନ୍ନା (୨୬), ଅମିତ ଖାନ୍ନା (୨୫), କୃଷ୍ଣ (୨୭), ମିଥୁନ (୨୬ନ) ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରିଥିଲା। ପରେ ଆଶୁତୋଷ ଏବଂ ଅଙ୍କୁଶ ଖାନ୍ନାଙ୍କୁ ଗିରଫ କରାଯାଇଥିଲା।

ଡିସେମ୍ବର ୩୧ ରାତିରେ ଦିଲ୍ଲୀର କଞ୍ଝାଓ୍ବାଲାରେ ଏକ କାର୍ ଜଣେ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେବା ପରେ ତାଙ୍କୁ ୧୨ କିଲୋମିଟର ଯାଏଁ ଘୋଷାଡି ନେଇଥିଲା । ଯୁବତୀଙ୍କ ସହ ସ୍କୁଟିରେ ତାଙ୍କର ଜଣେ ସାଙ୍ଗ ଥିଲେ । ତେବେ ସେ ସାମାନ୍ୟ ଆଘାତ ସହ ବର୍ତ୍ତି ଯାଇଥିଲେ ମଧ୍ୟ ଏହି ଘଟଣା ସମ୍ପର୍କରେ କାହାକୁ କିଛି ନକହି ଘରକୁ ପଳାଇଥିଲେ ।

ଜେରା ବେଳେ ଅଭିଯୁକ୍ତମାନେ କହିଥିଲେ ଯେ ସେମାନଙ୍କ କାର୍ ତଳେ କେହି ଜଣେ ଫସି ଯାଇଥିବା ସେମାନେ ଜାଣିଥିଲେ । ତେବେ ଧରାପଡ଼ିଯିବା ଭୟରେ ସେମାନେ କାର୍ ଚଲାଇବା ଜାରି ରଖିଥିଲେ ।