କରୀନା କପୁର କରୋନା ପଜିଟିଭ୍ | News Room Odisha

କରୀନା କପୁର କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏବଂ ତାଙ୍କ ବାନ୍ଧବୀ ଅମୃତା ଆରୋରା କରୋନା ସଂକ୍ରମିତ ହୋଇଛନ୍ତି । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁହେଁ କ୍ବାରେଣ୍ଟାଇନରେ ଅଛନ୍ତି। ନିକଟରେ କରୀନା କପୁର ଭଉଣୀ କରିସ୍ମାଙ୍କ ସହ କରଣ ଜୋହରଙ୍କ ଘରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ ‘କଭି ଖୁସୀ କଭି ଗମ୍’ର ୨୦ ବର୍ଷ ପୂରଣ ଅବସରରେ କରଣଙ୍କ ଘରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା | ଏଥି ସହିତ ଅମୃତା ମଲାଇକା, କରିସ୍ମା, ମାସାବା, ରିୟା କପୁରଙ୍କ ସମେତ ତାଙ୍କର ଅନେକ ବନ୍ଧୁଙ୍କ ସହ ଖ୍ରୀଷ୍ଟମାସ ପୂର୍ବରୁ ଏକ ପାର୍ଟି କରିଥିଲେ | କରୀନା ଓ ଅମୃତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ ମଧ୍ୟ ସତର୍କତା ଭାବେ ସଙ୍ଗରୋଧରେ ରହିଛନ୍ତି | ବିଏମସି ସମସ୍ତଙ୍କୁ ନିଜର କୋଭିଡ୍ ଟେଷ୍ଟ କରିବାକୁ କହିଛି।