ଦିଲ୍ଲୀ ଅବକାରୀ ଦୁର୍ନୀତି: ଆଜି ପୁଣି ଇଡିରେ ହାଜର ହେବେ କବିତା | News Room Odisha

ଦିଲ୍ଲୀ ଅବକାରୀ ଦୁର୍ନୀତି: ଆଜି ପୁଣି ଇଡିରେ ହାଜର ହେବେ କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତା ଆଜି (ମାର୍ଚ୍ଚ ୨୧) ପୁଣି ଇଡି ଆଗରେ ହାଜର ହେବେ । ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ଇଡି ତାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଜେରା କରିବା ‌‌ପରେ ଆଜି‌ ପୁଣି ତାଙ୍କୁ ସମନ କରିଥିଲା କେନ୍ଦ୍ରୀୟ ସଂସ୍ଥା | ତାଙ୍କୁ ଏହି ମାମଲାର ଅନ୍ୟ ଅଭିଯୁକ୍ତ ସହ ମୁହାଁମୁହିଁ ଜେରା କରାଯାଇଥିଲା।

କବିତାଙ୍କୁ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କ ସହ ମଧ୍ୟ ମୁହାଁମୁହିଁ କରାଯାଇଥିଲା । ପିଲ୍ଲାଇଙ୍କ ରିମାଣ୍ଡ ସୋମବାର ଶେଷ ହୋଇଥିଲା। କବିତା ଏହା ପୂର୍ବରୁ କହିଥିଲେ ଯେ ସେ ଇଡିରେ ହାଜର ହେବେ ନାହିଁ । କିନ୍ତୁ ଇମେଲ ଏବଂ ଘରେ ରହି ଜେରାର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ପରେ ସେ ନିଜର ମତ ବଦଳାଇ ତଦନ୍ତରେ ଯୋଗ ଦେଇଥିଲେ।