କେଜ୍ରିୱାଲ, କବିତାଙ୍କ ହାଜତ ମିଆଦ ମେ ୭ ପର୍ଯ୍ୟନ୍ତ ବଢ଼ିଲା | News Room Odisha

କେଜ୍ରିୱାଲ, କବିତାଙ୍କ ହାଜତ ମିଆଦ ମେ ୭ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ.କବିତାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ମେ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିି। ହାଜତ ମିଆଦ ଶେଷ ହେବା ପରେ କେଜ୍ରିୱାଲ ଓ କବିତାଙ୍କୁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ଇଡି ଉଭୟଙ୍କ ବିଚାର ବିଭାଗୀୟ ହାଜତ ବଢ଼ାଇବା ପାଇଁ ଦାବି କରିଥିଲା। ସିବିଆଇ ଏବଂ ଇଡି ମାମଲାର ସ୍ୱତନ୍ତ୍ର ବିଚାରପତି କାବେରୀ ବୱେଜା ଉଭୟଙ୍କ ହାଜତ ମିଆଦ ମେ ୭ ଯାଏଁ ବଢ଼ାଇଥିଲେ।