ଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ, ସମନକୁ ବେଆଇନ କହିଲା ଆପ୍ | News Room Odisha

ଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ, ସମନକୁ ବେଆଇନ କହିଲା ଆପ୍

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା। ତାଙ୍କୁ ଆଜି ଜେରା ପାଇଁ ହାଜର ହେବାକୁ କୁହାଯାଇଥିଲା । ହେଲେ କେଜ୍ରିୱାଲ ଇଡି ଆଗରେ ହାଜର ହେବେ ନାହିଁ। ଇଡି ନୋଟିସକୁ ବେଆଇନ ବୋଲି କହିଛି ଆପ୍।

ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ନେଇ ଆପ୍ ପ୍ରତିକ୍ରିୟା ରଖିଛି । ଦଳ କହିଛି ଯେ ବିଜେପି କାହିଁକି ଇଡି ପଛରେ ଲୁଚି ଲଢ଼ିବାକୁ ଚେଷ୍ଟା କରୁଛି? କୋର୍ଟ ଜାମିନ ଦେବା ପରେ ମଧ୍ୟ ଇଡି କେଜ୍ରିୱାଲଙ୍କୁ କାହିଁକି ସମନ କରୁଛି ? ଇଡି ସମନ ବେଆଇନ ବୋଲି କହିଛି ଦଳ ।