କେରଳ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି | News Room Odisha

କେରଳ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

କୋଚି: କେରଳରେ ସିରିଜ୍ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ଗୁରୁତର ଆହତ ଜଣେ ୧୨ ବର୍ଷୀୟା ବାଳିକାର କାଲାମାସେରି ସରକାରୀ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୩୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଏର୍ଣ୍ଣାକୁଲମ ଜିଲ୍ଲାର କୋଚି ନିକଟ କାଲାମାସେରୀସ୍ଥିତ ଏକ କନଭେନସନ୍ ସେଣ୍ଟରରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରାର୍ଥନା ସଭାରେ ରବିବାର ତିନୋଟି ବିସ୍ଫୋରଣ ଘଟିଥିଲା। ପୋଲିସ ଏହି ମାମଲାରେ ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ କରିଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଜି ଏହି ମାମଲାରେ ଏକ ଦଳୀୟ ବୈଠକ ଡାକିଛନ୍ତି। ଏହାପୂର୍ବରୁ ବିଜୟନ ଏହି ଘଟଣା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଥିଲେ। ୨୦ ଜଣିଆ ଏସ୍ଆଇଟି ଟିମ୍ ଏହି ସିରିଜ୍ ବିସ୍ଫୋରଣ ମାମଲାର ତଦନ୍ତ କରୁଛି।