ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ +୩ ରେଜଲ୍ଟ ପ୍ରକାଶିତ | News Room Odisha

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ +୩ ରେଜଲ୍ଟ ପ୍ରକାଶିତ

ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପରିଚାଳିତ +୩ ପରୀକ୍ଷା ଫଳ ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି। କଳା ଓ ବାଣିଜ୍ୟ ପାଠ୍ୟକ୍ରମରେ ପାସ୍ ହାର ୭୧ ପ୍ରତିଶତ ଲେଖାଏଁ ଥିବା ବେଳେ ବାଣିଜ୍ୟରେ ପାସ୍ ହାର ୭୨ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।୨୦୨୦- ୨୩ ଶିକ୍ଷା ବର୍ଷର ଛାତ୍ରଛାତ୍ରୀ ଯେଉଁମାନେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଶେଷବର୍ଷର ପରୀକ୍ଷା ଦେଇଥିଲେ ସେମାନଙ୍କ ପାଇଁ ଏହି ରେଜଲ୍ଟ ମହତ୍ତ୍ଵ ରଖେ।

ବିଜ୍ଞାନ ବିଭାଗର ଆଶୁତୋଷ ପଟ୍ଟନାୟକ ଶ୍ରେଷ୍ଠ ସ୍ନାତକ ଭାବେ ବିବେଚିତ ହୋଇଛନ୍ତି। ଉଦ୍ଭିଦ ବିଜ୍ଞାନରେ ପପୁ ପ୍ରଧାନ, ପଦାର୍ଥ ବିଜ୍ଞାନରେ ରଞ୍ଜନ କୁମାର ଦାସ, ପ୍ରାଣୀ ବିଜ୍ଞାନରେ ଦେବଦତ୍ତ ମହାରଣା, ରସାୟନ ବିଜ୍ଞାନରେ ଶୁଭମ କୁମାର ପାତ୍ର, କମ୍ପ୍ୟୁଟର ସାଇନ୍ସରେ ସ୍ଵସ୍ତିକ ରଞ୍ଜନ କର, ଜିଓଲୋଜୀରେ ଆୟୁଷୀ ଉଦଗାତା, ଆନ୍ଥ୍ରୋପୋଲୋଜୀରେ ପୂଜା ପଣ୍ଡା, ଇଁରାଜୀରେ ନମ୍ରତା ପ୍ରହରାଜ, ହିନ୍ଦୀରେ ଅର୍ପିତା ଜେନା, ଓଡ଼ିଆରେ ଦିଲ୍ଲୀପ କୁମାର ମହନ୍ତ, ଗଣିତ (ବିଜ୍ଞାନ ଓ କଳା)ରେ ସୁବ୍ରତ କୁମାର ସାହୁ ଓ ମାମିନୀ କୁମାରୀ ସାହୁ, ଇତିହାସରେ ସୁଚେତା ପ୍ରଧାନ, ଅର୍ଥନୀତିରେ ସୁକନ୍ୟା ସାହୁ, ଦର୍ଶନ ଶାସ୍ତ୍ରରେ ଦେବୀ ପ୍ରସାଦ ମହାନ୍ତି, ରାଜନୀତି ବିଜ୍ଞାନରେ ଅଭିଷେକ ଦାଶ, ବାଣିଜ୍ୟରେ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଟପ୍ପର୍ ହୋଇଛନ୍ତି।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରଫୁଲ୍ଲ କୁମାର ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡ. ମନୋଜ କୁମାର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।