ବିଧାନସଭା ନିର୍ବାଚନ ତାରିଖ ସହ ବିଜେପିର ବିଦାୟ ଘୋଷଣା ହୋଇଛି: ଖଡ଼ଗେ | News Room Odisha

ବିଧାନସଭା ନିର୍ବାଚନ ତାରିଖ ସହ ବିଜେପିର ବିଦାୟ ଘୋଷଣା ହୋଇଛି: ଖଡ଼ଗେ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପିକୁ କଟାକ୍ଷ କରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ସହ ବିଜେପି ଓ ଏହାର ସହଯୋଗୀ ଦଳଙ୍କ ବିଦାୟ ମଧ୍ୟ ଘୋଷଣା ହୋଇଯାଇଛି ବୋଲି କଂଗ୍ରେସ ସଭାପତି ଖଡ଼ଗେ କହିଛନ୍ତି।

ସମସ୍ତ ପାଞ୍ଚଟି ରାଜ୍ୟରେ କଂଗ୍ରେସ ଜିତିବ ବୋଲି ଖଡ଼ଗେ ଆଶା ପ୍ରକଟ କରିଛନ୍ତି।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, “ପାଞ୍ଚଟି ରାଜ୍ୟରେ ନିର୍ବାଚନ ଘୋଷଣା ହେବା ସହିତ ବିଜେପି ଓ ଏହାର ସହଯୋଗୀ ଦଳଙ୍କ ବିଦାୟ ମଧ୍ୟ ଘୋଷଣା କରାଯାଇଛି। ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ କଂଗ୍ରେସ ଦଳ ଲୋକଙ୍କ ପାଖକୁ ଯିବ। ଜନ କଲ୍ୟାଣ, ସାମାଜିକ ନ୍ୟାୟ ଏବଂ ପ୍ରଗତିଶୀଳ ବିକାଶ ହେଉଛି କଂଗ୍ରେସ ଦଳର ଗ୍ୟାରେଣ୍ଟି |”

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୋମବାର ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।

ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଯଥାକ୍ରମେ ନଭେମ୍ବର ୧୭, ନଭେମ୍ବର ୨୩, ନଭେମ୍ବର ୩୦ ଓ ନଭେମ୍ବର ୭ରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଛତିଶଗଡ଼ରେ ନଭେମ୍ବର ୭ ଏବଂ ୧୭ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ।

ଡିସେମ୍ବର ୩ରେ ଏହି ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।