ଆଇପିଏଲ୍: ରସେଲଙ୍କ ବିସ୍ଫୋରଣ, ପଞ୍ଜାବକୁ ୬ ୱିକେଟରେ ହରାଇଲା କୋଲକାତା | News Room Odisha

ଆଇପିଏଲ୍: ରସେଲଙ୍କ ବିସ୍ଫୋରଣ, ପଞ୍ଜାବକୁ ୬ ୱିକେଟରେ ହରାଇଲା କୋଲକାତା

ମୁମ୍ବାଇ: ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ କୋଲକାତା ପଞ୍ଜାବକୁ ୬ ୱିକେଟରେ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୮.୨ ଓଭରରେ ୧୩୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ କୋଲକାତା ୧୪.୩ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଦଳ ପକ୍ଷରୁ ଅଣ୍ଡ୍ରେ ରସେଲ୍ ମାତ୍ର ୩୧ ବଲରେ ୨ଟି ଚୌକା ଓ ୮ ଟି ବିଶାଳ ଛକା ସହ ବିସ୍ଫୋରକ ୭୦ ରନ୍ କରିଥିଲେ । କୋଲକାତାର ଏହା ଦ୍ବିତୀୟ ବିଜୟ ।