ଆରଜେଡି ମୁଖ୍ୟ ଲାଲୁ ଏମ୍ସରେ ଭର୍ତ୍ତି | News Room Odisha

ଆରଜେଡି ମୁଖ୍ୟ ଲାଲୁ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ରାଷ୍ଟ୍ରୀୟ ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଏମ୍ସ-ଦିଲ୍ଲୀର ଏମର୍ଜନ୍ସି ବିଭାଗରେ ଭର୍ତ୍ତି କରାଯାଇଛି। ସେ ଜ୍ୱର ନେଇ ଅଭିଯୋଗ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଏମ୍ସ ସୂତ୍ରରୁ ପ୍ରକାଶ। ଲାଲୁଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି |

ଲାଲୁ ଯାଦବ ଗୁରୁବାର ଦିନ ପାଟନାରୁ ଦିଲ୍ଲୀ ଫେରିଛନ୍ତି। ବୁଧବାର ଆରଜେଡି ରୌପ୍ୟ ଜୟନ୍ତୀ ଅବସରରେ ସେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ବୁଧବାର ଲାଲୁ ଯାଦବ ତାଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ବାସଭବନ ଚାରିପାଖରେ ଜିପ୍ ଚଳାଉଥିବା ଦେଖିବାକୁ ମିଳିଥିଲା । କିଡନୀ, ହୃଦ୍ ସମସ୍ୟା ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଏହି ୭୩ ବର୍ଷୀୟ ନେତାଙ୍କ ଏଭଳି ମୁଡ୍ ରେ ଦେଖି ତାଙ୍କ ସମର୍ଥକମାନେ ମଧ୍ୟ ବହୁତ ଉତ୍ସାହିତ ହୋଇଥିଲେ ଏବଂ ସେମାନେ “ଲାଲୁ ଯାଦବ ଜିନ୍ଦାବାଦ” ସ୍ଲୋଗାନ ଦେଇଥିଲେ।

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ଖଲାସ ହେବା ପରେ ଲାଲୁ ପ୍ରସାଦ ଯାଦବ ଅଧିକାଂଶ ସମୟ
ଦିଲ୍ଲୀରେ ବିତାଉଛନ୍ତି।