ବିନା ପତ୍ନୀରେ ପ୍ରଧାନମନ୍ତ୍ରୀ ବାସଭବନରେ ରହିବା ଭୁଲ୍: ଲାଲୁ | News Room Odisha

ବିନା ପତ୍ନୀରେ ପ୍ରଧାନମନ୍ତ୍ରୀ ବାସଭବନରେ ରହିବା ଭୁଲ୍: ଲାଲୁ

ନୂଆଦିଲ୍ଲୀ: ପତ୍ନୀ ବିନା ପ୍ରଧାନମନ୍ତ୍ରୀ ବାସଭବନରେ କେହି ରହିବା ଉଚିତ୍ ନୁହେଁ ବୋଲି ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ପରାମର୍ଶ ଏବଂ ବିରୋଧୀ ଦଳରୁ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ସେନେଇ ପ୍ରଶ୍ନ କରାଯିବାରୁ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ଯିଏ ବି ପ୍ରଧାନମନ୍ତ୍ରୀ ହୁଅନ୍ତୁ, ସେ ବିନା ପତ୍ନୀରେ ପ୍ରଧାନମନ୍ତ୍ରୀ ବାସଭବନରେ ରହିବା ଉଚିତ୍ ନୁହେଁ।

ପ୍ରଧାନମନ୍ତ୍ରୀ ବାସଭବନରେ ପତ୍ନୀ ବିନା ରହିବା ଭୁଲ। ଏହା ବନ୍ଦ ହେବା ଉଚିତ୍ ବୋଲି ଆରଜେଡି ମୁଖ୍ୟ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ରମଣ କରି ସେ କହିଛନ୍ତି ଯେ ସେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସଂଯୋଜକ। ଯାହାକୁ ଦୁର୍ନୀତିଗ୍ରସ୍ତ କହୁଥିଲେ, ତାଙ୍କୁ ମହାରାଷ୍ଟ୍ରରେ ମନ୍ତ୍ରୀ କରିଦେଲେ। ଏମାନେ ଦି’ମୁହାଁ ଲୋକ |

ଲାଲୁ ପ୍ରସାଦ ଯାଦବ ଦାବି କରିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ମହାଗଠବନ୍ଧନ ୩୦୦ଟି ଆସନ ଜିତିବ ।

ସେ କହିଛନ୍ତି ଯେ ସେ ଜୁଲାଇ ୧୭-୧୮ ବିରୋଧୀ ଦଳଙ୍କ ବୈଠକରେ ଯୋଗଦେବାକୁ ସେ ବେଙ୍ଗାଲୁରୁ ଯିବେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ।