ଲତା ମଙ୍ଗେସକରଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି | News Room Odisha

ଲତା ମଙ୍ଗେସକରଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ପଜିଟିଭ୍ ହୋଇଛନ୍ତି | ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଜଣେ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି | ଲତାଙ୍କ ବୟସ ଦେଖି ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।

କୋଭିଡ କାରଣରୁ ଲତାଙ୍କୁ ନିମୋନିଆ ହୋଇଛି । ଯାହାକୁ କୋଭିଡ ନିମୋନିଆ କୁହାଯାଏ। ୯୨ ବର୍ଷୀୟା ଏହି ପ୍ରସିଦ୍ଧ ଗାୟିକା ଶନିବାର ରାତିରୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଅଛନ୍ତି। କରୋନା କାରଣରୁ ତାଙ୍କ ଅବସ୍ଥା ଚିନ୍ତାଜନକ ଥିବା କୁହାଯାଇଛି | ଲତାଙ୍କ ଝିଆରୀ ରଚନା ଏହି ସୂଚନା ଦେଇଛନ୍ତି ।