ଦେଶର ନୂଆ ସେନା ମୁଖ୍ୟ ଭାବେ ଆଜି ଦାୟିତ୍ବ ଗ୍ରହଣ କରିବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ | News Room Odisha

ଦେଶର ନୂଆ ସେନା ମୁଖ୍ୟ ଭାବେ ଆଜି ଦାୟିତ୍ବ ଗ୍ରହଣ କରିବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଆଜି ଦେଶର ନୂଆ ସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ। ସେ ଏମ୍ଏମ୍ ନାରାଓ୍ବଣେଙ୍କ ସ୍ଥାନ ନେବେ। ଜେନେରାଲ ମନୋଜ ପାଣ୍ଡେ କର୍ପସ ଅଫ୍ ଇଞ୍ଜିନିୟର୍ସର ପ୍ରଥମ ଅଧିକାରୀ ଭାବରେ ସେନା ମୁଖ୍ୟ ପଦ ଅଳଙ୍କୃତ କରିବେ।

ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଇଷ୍ଟର୍ନ କମାଣ୍ଡର କମାଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରିଥିଲେ ଏବଂ ଆଣ୍ଡାମାନ ଏବଂ ନିକୋବର କମାଣ୍ଡର କମାଣ୍ଡର-ଇନ୍-ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ନୂଆ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଏବଂ ବିଶିଷ୍ଟ ସେବା ପଦକ ପାଇଛନ୍ତି।

ଜେନେରାଲ ପାଣ୍ଡେଙ୍କ ଜନ୍ମ ନାଗପୁରରେ। ପ୍ରାରମ୍ଭିକ ଶିକ୍ଷା ପରେ ଜେନେରାଲ ମନୋଜ ପାଣ୍ଡେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ। ଏନଡିଏ ପରେ ସେ ଭାରତୀୟ ମିଲିଟାରୀ ଏକାଡେମୀରେ ଯୋଗ ଦେଇଥିଲେ ଏବଂ ଜଣେ ଅଧିକାରୀ ଭାବ କମିଶନ ହୋଇଥିଲେ। ସେ ୩ ମଇ ୧୯୮୭ ରେ ସରକାରୀ ଡେଣ୍ଟାଲ କଲେଜରେ ସ୍ୱର୍ଣ୍ଣ ପଦକ ବିଜେତା ଅର୍ଚ୍ଚନା ସଲପେକରଙ୍କୁ ବିବାହ କରିଥିଲେ।