ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍  | News Room Odisha

ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍ 

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ‌ ହେବାର ଦିନକ ପରେ ବଢ଼ିଛି ଏଲପିଜି ସିଲିଣ୍ଡର ଦାମ଼। ମହଙ୍ଗା ହୋଇଛି ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡର । କମର୍ସିଆଲ ସିଲିଣ୍ଡର ପିଛା ୨୧ ଟଙ୍କା ବଢ଼ିଛି । ଆଜି (ଡିସେମ୍ବର ୧) ଠାରୁ ଲାଗୁ ହୋଇଛି ନୂଆ ଦର । ତେବେ ସବସିଡିଯୁକ୍ତ ୧୪.୨ କେଜି ଘରୋଇ ଏଲପିଜି ଦାମରେ କୌଣସି ବୃଦ୍ଧି ଘଟିନାହିଁ |

ଲଗାତାର ଦ୍ବିତୀୟ ମାସ ପାଇଁ କମର୍ସିଆଲ ସିଲିଣ୍ଡର ଦାମ୍ ବଢିଛି । ଗତ ମାସର ମଧ୍ୟ ୧୯ କେଜି ସିଲିଣ୍ଡର ପିଛା ୧୦୦ ଟଙ୍କା ବଢ଼ିଥିଲା ।