ଶସ୍ତା ହେଲା ଏଲପିଜି ସିଲିଣ୍ଡର | News Room Odisha

ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଶସ୍ତା ହୋଇଛି ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର । ତୈଳ ବିପଣନ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟରେ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି। ଏଥିସହ ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୭୫୭.୫୦ରେ ଉପଲବ୍ଧ ହେବ | ଆଜିଠାରୁ ଅର୍ଥାତ୍ ଡିସେମ୍ବର ୨୨ରୁ ନୂଆ ଦର ଲାଗୁ ହେବ |

ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।