ଏଲପିଜି ସିଲିଣ୍ଡର ଦାମ୍ ୧୦୦ ଟଙ୍କା କମିଲା | News Room Odisha

ଏଲପିଜି ସିଲିଣ୍ଡର ଦାମ୍ ୧୦୦ ଟଙ୍କା କମିଲା

ନୂଆଦିଲ୍ଲୀ: କମର୍ସିଆଲ ସିଲିଣ୍ଡର ଦାମ୍ ୧୦୦ ଟଙ୍କା କମିଛି। ଦିଲ୍ଲୀରେ ବର୍ତ୍ତମାନ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ୧୬୮୦ ଟଙ୍କାକୁ ଖସିଛି । ପୂର୍ବରୁ ଏହା ୧୭୮୦ ଟଙ୍କା ଥିଲା | ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଏହା ପୂର୍ବରୁ ତୈଳ ବିପଣନ କମ୍ପାନୀ ଗୁଡିକ ଜୁଲାଇ ମାସରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ବୃଦ୍ଧି କରିଥିଲେ । ଦର ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି ପାଇଥିଲା ।

ମେ ଓ ଜୁନ୍ ମାସରେ ମଧ୍ୟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ହ୍ରାସ ଘଟିଥିଲା । ଜୁନରେ ୮୩.୫ ଟଙ୍କା ମେ’ରେ ୧୭୨ ଟଙ୍କା କମିଥିବା କମର୍ସିଆଲ ସିଲିଣ୍ଡର |