ଦିଲ୍ଲୀ ସହ ଉତ୍ତର ଭାରତରରେ ଭୂକମ୍ପ ଝଟକା | News Room Odisha

ଦିଲ୍ଲୀ ସହ ଉତ୍ତର ଭାରତରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସହ ଉତ୍ତର ଭାରତର ଅନେକ ସ୍ଥାନରେ ମଙ୍ଗଳବାର ରାତିରେ ଭୂକମ୍ପର ଶକ୍ତ ଝଟକା ଅନୁଭୂତ ହୋଇଛି। ଏହି ଝଟକା ପ୍ରାୟ ବହୁ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଦିଲ୍ଲୀ ସହ ଉତ୍ତର ପ୍ରଦେଶ, ପଞ୍ଜାବ, ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ବିହାରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।‌‌ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ଆକଳନ କରାଯାଇଛି | ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ଥିଲା। ଭାରତ ବ୍ୟତୀତ ଆଫଗାନିସ୍ତାନ, ପାକିସ୍ତାନ, କାଜାଖସ୍ତାନ ଏବଂ ଚାଇନାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନଠାରୁ ୯୦ କିଲୋମିଟର ଦୂର କାଲାଫଗାନ ଥିଲା ବୋଲି ଜଣାପଡ଼ିଛି ।

ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଅନେକ ସେକେଣ୍ଡ ଧରି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଧନଜୀବନ କ୍ଷୟକ୍ଷତିର ସୂଚନା ନାହିଁ ।