ଷ୍ଟେଟ୍ ଷ୍ଟାର୍ଟଅପ୍ ମାନ୍ୟତା -୨୦୧୯ : ଓଡିଶା ‘ଲିଡର୍‌’ ପର୍ଯ୍ୟାୟଭୁକ୍ତ, ଓଡିଶାର ଷ୍ଟାର୍ଟ ଅପ୍ ନୀତି ଉଚ୍ଚ ପ୍ରଶଂସିତ | News Room Odisha

ଷ୍ଟେଟ୍ ଷ୍ଟାର୍ଟଅପ୍ ମାନ୍ୟତା -୨୦୧୯ : ଓଡିଶା ‘ଲିଡର୍‌’ ପର୍ଯ୍ୟାୟଭୁକ୍ତ, ଓଡିଶାର ଷ୍ଟାର୍ଟ ଅପ୍ ନୀତି ଉଚ୍ଚ ପ୍ରଶଂସିତ

ନୂଆଦିଲ୍ଲୀ – ଷ୍ଟେଟ୍ ଷ୍ଟାର୍ଟଅପ୍ ମାନ୍ୟତା ୨୦୧୯ରେ ଓଡିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି । ଦେଶରେ ଷ୍ଟାର୍ଟଅପ୍‌ର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି ଓଡିଶା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ମାନ୍ୟତା ତାଲିକାରେ ଓଡିଶା ‘ଲିଡର’ ଶ୍ରେଣୀରେ ସ୍ଥାନ ପାଇଛି । ଓଡିଶା ଇନଷ୍ଟିଚ୍ୟୁସନାଲ ଲିଡର୍ ଭାବେ ଘୋଷିତ ହୋଇଛି । ଏଥିସହ ନିୟାମକ ସଂସ୍କାର ବା ରେଗୁଲେଟରୀ ରିଫର୍ମ ଶ୍ରେଣୀରେ ଚାମ୍ପିଅନ ରାଜ୍ୟ ଭାବେ ଘୋଷିତ ହୋଇଛି ଓଡିଶା ।

ଇନକ୍ୟୁବେଟର ବିକାଶର ପ୍ରସାର ପାଇଁ ସୃଦୃଢ ବ୍ୟବସ୍ଥା କରିଥିବାରୁ ଓଡିଶାକୁ ପ୍ରଶଂସା କରାଯାଇଛି । ତୃଣମୂଳ ସ୍ତରରେ ନୂଆ ନୂଆ ଉଦ୍ଭାବନ ପାଇଁ ଗଠିତ ଓଡିଶା ୟୁଥ୍ ଇନୋଭେସନ ଫଣ୍ଡ୍ ପାଇଁ ମଧ୍ୟ ଓଡିଶା ସରକାର ପ୍ରଶଂସିତ ହୋଇଛନ୍ତି । ଏହାଛଡା ଏକ ରାଜ୍ୟ ଷ୍ଟାର୍ଟଅପ୍ ଓ ବାୟୋଟେକନୋଲଜି ନୀତି ପାଇଁ ମଧ୍ୟ ଓଡିଶା ଉଚ୍ଚ ପ୍ରଶଂସିତ ହୋଇଛି । ଷ୍ଟେଟ୍ ଷ୍ଟାର୍ଟଅପ୍ ମାନ୍ୟତା ୨୦୧୯ରେ ଓଡିଶାର ଉଲ୍ଲେଖନୀୟ ସଫଳତା ଏହି କ୍ଷେତ୍ରରେ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହେଉଥିବା ଉଦ୍ୟମର ପ୍ରତିଫଳନ ।