ବିବାଦ ପରେ 'ମଧୁବନ ମେଁ ରାଧିକା ନାଚେ' ଗୀତରେ ହେବ ପରିବର୍ତ୍ତନ, ଘୋଷଣା କଲା ସାରେଗାମା | News Room Odisha

ବିବାଦ ପରେ ‘ମଧୁବନ ମେଁ ରାଧିକା ନାଚେ’ ଗୀତରେ ହେବ ପରିବର୍ତ୍ତନ, ଘୋଷଣା କଲା ସାରେଗାମା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କ ‘ମଧୁବନ୍ ମେଁ ରାଧିକା ନାଚେ’ ଗୀତକୁ ନେଇ ବିବାଦ ଉପୁଜିଛି। ଏହି ଗୀତରେ ହିନ୍ଦୁ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ ହୋଇଛି। ବିବାଦ ମଧ୍ୟରେ ଗୀତର ଲିରିକ୍ସ ବଦଳାଯିବ ବୋଲି ମ୍ୟୁଜିକ୍ ଲେବଲ୍ ସାରେଗାମା ଘୋଷଣା କରିଛି | କମ୍ପାନୀ କହିଛି ଯେ ବିବାଦ ପରେ ଗୀତର ଲିରିକ୍ସ ଏବଂ ନାମ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ତିନି ଦିନ ମଧ୍ୟରେ ପୂରା ଗୀତ ସମସ୍ତ ପ୍ଲାଟଫର୍ମରୁ ହଟାଯିବ ଏବଂ ତା’ ସ୍ଥାନରେ ସଂଶୋଧିତ ଗୀତ ଛଡ଼ାଯିବ ବୋଲି କମ୍ପାନୀ କହିଛି।

ଏହାପୂର୍ବରୁ ରବିବାର ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ‘ମଧୁବନ୍ ମେଁ ରାଧିକା ନାଚେ ଗୀତ’ ପାଇଁ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ଏବଂ ସଂଗୀତକାର ଶାକିବ ତୋଷୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଏହି ଗୀତକୁ ନ ହଟାଗଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରାଯିବ ବୋଲି ଧମକ ଦେଇଥିଲେ ।

‘ମଧୁବନମେଁ ରାଧିକା ନାଚେ’ ଗୀତରେ ସନ୍ନି ଲିଓନଙ୍କ ଅଶ୍ଳୀଳ ନୃତ୍ୟ ନେଇ ମଥୁରାର ସାଧୁସନ୍ଥମାନେ ମଧ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ ।