ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ମମତା | News Room Odisha

ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ଯେ ସମୟ ପୂର୍ବରୁ ମୋ ସରକାର ଭାଙ୍ଗି ଦେବାକୁ ଧମକ ଦେଇଥିବା ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅନ୍ତୁ। ମମତା କହିଛନ୍ତି, ଅମିତ ଶାହା କହିଥିଲେ ଯେ ଆସନ୍ତତାବର୍ଷ ଲୋକସଭା ନିର୍ବାଚନରେ ଯଦି ବିଜେେପି ପଶ୍ଚିମବଙ୍ଗରେ ୩୫ ଆସନ ଜିତୁୁଛି ତେବେ ତୃଣମୂଳ କଂଗ୍ରେସ ସରକାର ୨୦୨୫ରୁ ଅଧିକ ସମୟ ଚାଲିବ ନାହିଁ । ତାହା ହେଲେ ମୋ ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଶାହା? ସାମ୍ବିଧାନିକ ପଦରେ ରହି ସେ ଏକ ନିର୍ବାଚିତ ସରକାରକୁ ଭାଙ୍ଗିବା କଥା କିପରି କହିପାରୁଛନ୍ତି । ସେ ଆଇନ ସହ ଖେଳୁଛନ୍ତି । ସେ ଇସ୍ତଫା ଦେବା ଉଚିତ ବୋଲି ମମତା କହିଛନ୍ତି ।

ଏହାଛଡ଼ା ମହାରାଷ୍ଟ୍ର ଭୂଷଣ ପୁରସ୍କାର ବେଳେ ଅଂଶୁଘାତରେ ୧୧ ଲୋକଙ୍କ ମୃତ୍ୟୁ ନେଇ ମଧ୍ୟ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି ମମତା । ସେ କହିଛନ୍ତି, ଗତକାଲି ଅମିତ ଶାହା ଏକ ସଭାକୁ ଯାଇଥିଲେ। ନେତାମାନେ ନିଜେ ଛାଇରେ ରୁହନ୍ତି, ଏସିରେ ରୁହନ୍ତି । କିନ୍ତୁ ଏହି ପ୍ରବଳ ଖରାରେ, ଲୋକପ୍ରିୟତା ଦେଖାଇବା ପାଇଁ ଲୋକଙ୍କୁ ବାହାରେ ବସାଇ ରଖାଯାଇଥିଲା | ଲୋକମାନେ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଇନଥିଲା। ଅଂଶୁଘାତ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ ଜଣ ଅସୁସ୍ଥ ହୋଇପଡିଥିଲେ।

ବୀରଭୂମ ଜିଲ୍ଲାର ସୂରିରେ ଏକ ସଭାରେ ମମତା ଅତିକ୍-ଅଶରଫ୍ ହତ୍ୟା ଘଟଣାରେ ମଧ୍ୟ କେନ୍ଦ୍ର ଓ ୟୁପି ସରକାରକୁ ଘେରିଛନ୍ତି । ମମତା କହିଛନ୍ତି- ମୁଁ କୌଣସି ପ୍ରକାର ଅପରାଧ ସପକ୍ଷରେ ନାହିଁ, କିନ୍ତୁ ବିଜେପି ଶାସନ କାଳରେ ଯାହା ଘଟୁଛି ତାହା ଭୁଲ୍ । ପୋଲିସ ହାଜତରେ ଥିବା ଲୋକଙ୍କୁ ହତ୍ୟା କରାଯାଉଛି | ଦେଶରେ କଣ ଚାଲିଛି, ତୁମେ ଯାହାକୁ ଚାହିଁବ ହତ୍ୟା କରିଦେବ !”

କେନ୍ଦ୍ରୀୟ ସଂସ୍ଥାଙ୍କ ଅପବ୍ୟବହାର ନେଇ ଟିଏମସି ସୁପ୍ରିମୋ କହିଛନ୍ତି, ଚକୋଲେଟରେ ବୋମା ମିଳିଲ ବି ଏନଆଇଏ ବେଙ୍ଗଲକୁ ଆସୁଛି । ଦେଶରେ କଣ ଘଟୁଛି ? ସିବିଆଇ ସମସ୍ତଙ୍କ ପଛରେ ପଡ଼ିଯାଇଛି ।