ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟି ପିଟି ହତ୍ୟା, ସିସିଟିଭିରେ କଏଦ୍ ହେଲା ପୂରା ଘଟଣା | News Room Odisha

ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟି ପିଟି ହତ୍ୟା, ସିସିଟିଭିରେ କଏଦ୍ ହେଲା ପୂରା ଘଟଣା

ଥ୍ରୀଶୂର (କେରଳ): ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ପୋଲିସର ସୂଚନାନୁସାରେ ହତ୍ୟାର ଶିକାର ଯୁବକ କେରଳର ଥ୍ରୀଶୂର ଅଞ୍ଚଳର ଜଣେ ୩୩ ବର୍ଷୀୟ ଘରୋଇ ବସ୍ ଡ୍ରାଇଭର । ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ଘଟଣା ଫେବୃଆରୀ ୧୮ରେ ଘଟିଥିବା ବେଳେ ଫେବୃଆରୀ ୨୧ରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା।

ପୋଲିସ ସୂଚନାନୁସାରେ ମୃତ ଯୁବକଙ୍କ ନାମ ‘ଶହର’ । ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ଭିଡ଼ିଓ ନିକଟସ୍ଥ ଏକ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ୍ ହୋଇଛି। ଶହର୍ ଘଟଣା ଦିନ ରାତିରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ । ଫେରିବା ବେଳକୁ ତାଙ୍କୁ କିଛି ଲୋକ ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ଶହର ଯେକୌଣସି ଭାବେ ଘରକୁ ଫେରିଥିଲେ। ହେଲେ ପରଦିନ ସକାଳେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣର ସପ୍ତାହେ ମଧ୍ୟରେ ଶହରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନଥିଲା। ଗତ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା ।