ସୁପ୍ରିମକୋର୍ଟର ନୂଆ କୋଠା ପାଖରେ ଆତ୍ମାହୁତି ଉଦ୍ୟମ | News Room Odisha

ସୁପ୍ରିମକୋର୍ଟର ନୂଆ କୋଠା ପାଖରେ ଆତ୍ମାହୁତି ଉଦ୍ୟମ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ସୁପ୍ରିମକୋର୍ଟର ନୂଆ କୋଠାର ଗେଟ୍ ନମ୍ବର-୧ ବାହାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପିସିଆର ଭ୍ୟାନ୍ ଆହତ ବ୍ୟକ୍ତିଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ବ୍ୟକ୍ତି ଜଣକ କାହିଁକି ଆତ୍ମଦାହ କରିବାକୁ ଉଦ୍ୟମ କଲେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ | ବ୍ୟକ୍ତି ଜଣଙ୍କୁ ପ୍ରାୟ ୫୦ ବର୍ଷ ବୟସ ହେବ ।

ସୁପ୍ରିମକୋର୍ଟର ନୂଆ କୋଠାର ଗେଟ୍ ବାହାରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଖବର ଅନୁଯାୟୀ, ଏହି ବ୍ୟକ୍ତି ଜଣକ ନୋଏଡା ନିବାସୀ ରାଜଭର ଗୁପ୍ତା ବୋଲି ଜଣାପଡିଛି।