କୋଭିଡ୍ ନେଇ ଆଜି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ କରିବେ ମାଣ୍ଡବୀୟ, ଜାରି ହୋଇପାରେ ନୂଆ ଗାଇଡ ଲାଇନ୍ | News Room Odisha

କୋଭିଡ୍ ନେଇ ଆଜି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ କରିବେ ମାଣ୍ଡବୀୟ, ଜାରି ହୋଇପାରେ ନୂଆ ଗାଇଡ ଲାଇନ୍

ନୂଆଦିଲ୍ଲୀ:ଭାରତରେ କରୋନାର ସମ୍ଭାବ୍ୟ ନୂଆ ଲହର ବିପଦ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆଜି ରାଜ୍ୟ ତଥା କେନ୍ଦ୍ର ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରୋନାର ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଆଲୋଚନା ହୋଇପାରେ। ଏହା ସହିତ ନୂଆ ଗାଇଡ ଲାଇନ୍ ମଧ୍ୟ ଜାରି କରାଯିବା ସମ୍ଭାବନା ରହିଛି |

ଅନ୍ୟପକ୍ଷରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ଡକ୍ଟର ଅନିଲ ଗୋୟଲ କହିଛନ୍ତି ଯେ ଭାରତରେ ପୁଣି ଲକ୍ ଡାଉନ୍ ଲଗାଇବା କୌଣସି ଆବଶ୍ୟକତା ନାହିଁ। ଆଇଏମଏ କହିଛି ଚୀନ୍ ତୁଳନାରେ ଭାରତର ଲୋକଙ୍କ ପ୍ରତିରୋଧ ଶକ୍ତି ଅଧିକ। ଦେଶର ୯୫% ଲୋକଙ୍କ ଶରୀରରେ ଇମ୍ୟୁନିଟି ବୃଦ୍ଧି ପାଇଛି, ଏଭଳି ସ୍ଥଳେ ଲକ୍ ଡାଉନର କୌଣସି କାରଣ ନାହିଁ ।