ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହା | News Room Odisha

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହା

ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ବିଜେପି ସଭାପତି ଡକ୍ଟର ମାଣିକ ଶାହା ଶପଥ ଗ୍ରହଣ କରିଛନ୍ତି।

ଆସନ୍ତା ବର୍ଷ ତ୍ରିପୁରାରେ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ କରାଯାଇଛି। ବିପ୍ଲବ ଦେବ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମାଣିକ ଶାହାଙ୍କୁ ଏହି ଦାୟିତ୍ବ ଦିଆଯାଇଛି।

ବିପ୍ଳବ ଦେବ ହିଁ ବିଧାନସଭା ପାର୍ଟି ବୈଠକରେ ଡକ୍ଟର ଶାହାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ୨୦୧୮ରେ ଯେତେବେଳେ ବିପ୍ଲବ ଦେବଙ୍କୁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ, ସେତେବେଳେ ଡକ୍ଟର ଶାହାଙ୍କୁ ରାଜ୍ୟ ବିଜେପିର ସଭାପତି କରାଯାଇଥିଲା।

ଚଳିତ ବର୍ଷ ଏପ୍ରିଲରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ​​ଜିତିବା ପରେ ଡକ୍ଟର ସାହା ସଂସଦରେ ପହଞ୍ଚିଥିଲେ। ପେସାରେ ଜଣେ ଦନ୍ତ ଚିକିତ୍ସକ ଡଃ ସାହା ଜଣେ ସ୍ବଚ୍ଛ ଓ ଭଦ୍ର ନେତା ଭାବେ ପରିଚିତ ।