'ରାମ ଭଗବାନ ନୁହଁନ୍ତି, ସେ ଜଣେ କାଳ୍ପନିକ ଚରିତ୍ର' | News Room Odisha

‘ରାମ ଭଗବାନ ନୁହଁନ୍ତି, ସେ ଜଣେ କାଳ୍ପନିକ ଚରିତ୍ର’

ପାଟନା : ବିଜେପି ନେତୃତ୍ଵାଧୀନ ଏନଡିଏର ସହଯୋଗୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନଝୀ ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ମାନଝୀ କହିଛନ୍ତି ଯେ ସେ ରାମଙ୍କୁ ବିଶ୍ୱାସ କରନ୍ତି ନାହିଁ । ରାମ ଜଣେ ଭଗବାନ ନୁହଁନ୍ତି ।

ବିହାରର ଜମୁଇରେ ଏକ କାର୍ଯ୍ୟକ୍ରମରେ ମାନଝୀ କହିଥିଲେ – ତୁଳସୀ ଦାସ ଏବଂ ବାଲ୍ମୀକି ସେମାନଙ୍କ ବାର୍ତ୍ତା ପ୍ରଚାର ନିମନ୍ତେ ରାମ ନାମକ ଏକ ଚରିତ୍ର ତିଆରି କରିଥିଲେ | ସେମାନଙ୍କ ବାର୍ତ୍ତାରେ ଅନେକ ଭଲକଥା ଅଛି | ଆମେ ସେଗୁଡିକୁ ବିଶ୍ୱାସ କରୁ | ଆମେ ତୁଳସୀ ଦାସ ଓ ବାଲ୍ମୀକିଙ୍କୁ ବିଶ୍ବାସ କରୁ | କିନ୍ତୁ ରାମଙ୍କୁ ବିଶ୍ବାସ କରୁନାହୁଁ |

ଗତ ବର୍ଷ ମଧ୍ୟ ମାନଝୀ ବ୍ରାହ୍ମଣମାନଙ୍କ ଦ୍ବାରା ପୂଜା କରିବା ନେଇ ଦଳିତ ସମାଜର ଲୋକଙ୍କୁ ଟାର୍ଗେଟ କରିଥିଲେ । ଏପରିକି ସେ କହିଥିଲେ ବ୍ରାହ୍ମଣମାନେ ଆଉ ଶବରୀ ଏବଂ ତୁଲସୀ ମାତାଙ୍କୁ ପୂଜା କରନ୍ତି ନାହିଁ । ବ୍ରାହ୍ମଣ ମାନଙ୍କ ବିରୋଧରେ ସେ ଏକ ଅପମାନଜନକ ଶବ୍ଦ ମଧ୍ୟ କହିଥିଲେ। ପରେ ସେ ଏଥିପାଇଁ କ୍ଷମା ମାଗିଥିଲେ। ଜିତନ ରାମ ମାଂଝି ହେଉଛନ୍ତି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସଭାପତି ଏବଂ ତାଙ୍କ ଦଳ ବିଜେପି ନେତୃତ୍ଵାଧୀନ ଏନଡିଏର ଏକ ଅଂଶ। ମାଂଝିଙ୍କ ପୁଅ ବିହାର ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ।