ଗୋଆ ବିଜେପିରେ ତେଜୁଛି ବିଦ୍ରୋହ, ଟିକେଟ୍ ନ ପାଇ ମନୋହର ପାରିକରଙ୍କ ପୁଅ ଦଳ ଛାଡ଼ିଲେ | News Room Odisha

ଗୋଆ ବିଜେପିରେ ତେଜୁଛି ବିଦ୍ରୋହ, ଟିକେଟ୍ ନ ପାଇ ମନୋହର ପାରିକରଙ୍କ ପୁଅ ଦଳ ଛାଡ଼ିଲେ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଗୋଆ ବିଜେପିରେ ବିଦ୍ରୋହ ତେଜିବାରେ ଲାଗିଛି । ବିଜେପିରୁ ଟିକେଟ ନ ପାଇବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ମଧ୍ୟ ଦଳ ଛାଡିଛନ୍ତି । ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଆଗାମୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ବିଜେପି ଦେଇଥିବା ପ୍ରାର୍ଥୀଙ୍କ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଉତ୍ପଳ ପାରିକର କହିଛନ୍ତି, ମୋ ବାପାଙ୍କ ଆଦର୍ଶ ସହ ଠିଆ ହେବାର ସମୟ ଆସିଛି। ମୁଁ ବିଜେପିକୁ ମନାଇବା ପାଇଁ ଚେଷ୍ଟା କରିଥିଲି ଯେ ମୋ ପ୍ରତି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମର୍ଥନ ଅଛି । କିନ୍ତୁ ଏଠାରେ ଟିକେଟ୍ ସୁବିଧାବାଦୀ ପ୍ରାର୍ଥୀଙ୍କୁ ଦିଆଯାଇଛି। ମୁଁ ଏବେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବି | ଏଥିସହ ସେ ବିଜେପି ଛାଡିଥିବା ଘୋଷଣା କରିଛନ୍ତି। ଉତ୍ପଳ ପାରିକର ପାଣାଜୀ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ।

ଉତ୍ପଳଙ୍କ ପୂର୍ବରୁ ଟିକେଟ୍ ନ ପାଇ ମନ୍ତ୍ରୀ ଦୀପକ ପାଉସ୍କର ବିଜେପିରୁ ଇସ୍ତଫା ଦେଇଥିଲେ ।