ଅନ୍ତଃରାଜ୍ୟ କଟକଣା ନ ଲଗାଇବାକୁ କେନ୍ଦ୍ରର ଆହ୍ୱାନ | News Room Odisha

ଅନ୍ତଃରାଜ୍ୟ କଟକଣା ନ ଲଗାଇବାକୁ କେନ୍ଦ୍ରର ଆହ୍ୱାନ

ନୂଆଦିଲ୍ଲୀ : ରାଜ୍ୟ ଭିତରେ ଓ ଅନ୍ତଃ ରାଜ୍ୟ ପରିବହନ ଉପରେ କୌଣସି କଟକଣା ନ ଲଗାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ଲୋକ ଓ ମାଲ ପରିବହନ ଉପରେ କୌଣସି କଟକଣା ନ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କଟକଣା କେନ୍ଦ୍ରୀୟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ବୋଲି କେନ୍ଦ୍ର ଗୃହ ସଚିବ ଦର୍ଶାଇଛନ୍ତି ।