ରାଜ୍ୟରେ ମାଓ ମୁକାବିଲା : ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର | News Room Odisha

ରାଜ୍ୟରେ ମାଓ ମୁକାବିଲା : ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର

ନୂଆଦିଲ୍ଲୀ – କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର ଆଜି ରାଜ୍ୟ ଗସ୍ତ କରି ନକ୍ସଲ ବିରୋଧୀ ଅପରେସନର ସମୀକ୍ଷା କରିଛନ୍ତି । ବିିଜୟ କୁମାର ଓଡିଶା ଡିଜିପି ଅଭୟ, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ବିଏସଏଫ୍ ଓ ସିଆରପିଏଫ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ମାଓବାଦୀ ମୁକାବିଲାରେ ଅଗ୍ରଗତି, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ-ସିଏପିଏଫର ମୁତୟନ, ସମନ୍ୱୟ ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା ।

ସିପିଆଇ ( ମାଓବାଦୀ )ର କୋର୍ ଏରିଆରେ ଆଂଟି ନକ୍ସଲ ଅପରସେନ ଆହୁରି ତୀବ୍ର କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏଥିପାଇଁ ସିଏପିଏଫ ସହ ଅଧିକ ସମନ୍ୱୟ ଉପରେ ବୈଠକରେ ଜୋର୍ ଦିଆଯାଇଛି । କଳାହାଣ୍ଡି, କନ୍ଧମାଳ ଓ ନବରଂଗପୁର ଜିଲ୍ଲାରେ ସିଏପିଏଫର ମୁତୟନ ଯୁଦ୍ଧକାଳୀନ ଭିତିରେ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ନକ୍ସଲ ମୁକାବିଲା ପାଇଁ ଆନ୍ଧ୍ର – ଓଡିଶା ସମନ୍ୱୟ ଭଳି ବ୍ୟବସ୍ଥା କରିବାକୁ ବୈଠକରେ ଆଲୋଚନା ହୋଇଛି । ନକ୍ସଲ ମୁକାବିଲା ପାଇଁ କେନ୍ଦ୍ର ସରକାର ,ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ବିଜୟ କୁମାର ଆଶ୍ୱାସନା ଦେଇଛନ୍ତି ।