ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅଙ୍କର ମୃତ୍ୟୁ | News Room Odisha

ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ପୁଅ ଜୈନ ନାଡେଲାଙ୍କ ମୃତ୍ୟୁ ହୋଇଯାଇଛି ।

ଜୈନଙ୍କୁ ୨୬ ବର୍ଷ ବୟସ ହୋଇଥିଲା ଏବଂ ସେ ଜନ୍ମରୁ ସେରେବ୍ରାଲ ପାଲସି ନାମକ ଏକ ମସ୍ତିଷ୍କ ରୋଗରେ ପୀଡ଼ିତ ଥିଲେ।

ଏହି ଖବର ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମବେଦନାର ସୁଅ ଛୁଟିଛି ଏବଂ ଅନେକେ ଟ୍ୱିଟରରେ ଜୈନଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି।
ସତ୍ୟ ନାଡେଲା ହେଉଛନ୍ତି ବିଶ୍ବର ଅନ୍ୟତମ ପ୍ରମୁଖ ସଫ୍ଟୱେର୍ କମ୍ପାନୀ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।

ହାଇଦ୍ରାବାଦରେ ଜନ୍ମିତ ନାଡେଲାଙ୍କୁ ଫେବୃଆରୀ ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ କରାଯାଇଥିଲା। ସେ ଜୁନ୍ ୨୦୨୧ରେ କମ୍ପାନୀର ଚେୟାରମ୍ୟାନ୍ ଭାବରେ ମଧ୍ୟ ନିଯୁକ୍ତ ହୋଇଥିଲେ।