ଏଥର ଖରାଦିନେ ରାଜ୍ୟରେ କମ୍ ଗରମ | News Room Odisha

ଏଥର ଖରାଦିନେ ରାଜ୍ୟରେ କମ୍ ଗରମ

ଭୁବନେଶ୍ୱର: ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବନି । ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ । ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଆଦି ଜିଲ୍କାରେ ଉଭୟ ଦିନ ଏବଂ ରାତିର ତାପମାତ୍ରା କମ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭବିକ ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି । ଏବେ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ଥିବାରୁ ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ତାପମାତ୍ରା ବିଶେଷ ଭାବେ ବଢିବାର ନାହିଁ । ଏହି ତିନି ମାସରେ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।