ଚାକିରୀ ଠକେଇ ଅଭିଯୋଗ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଂଚର ପଚରାଉଚରା | News Room Odisha

ଚାକିରୀ ଠକେଇ ଅଭିଯୋଗ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଂଚର ପଚରାଉଚରା

ଭୁବନେଶ୍ୱର- ଜନବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇପାରନ୍ତି । କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲୁ ବିଧାୟକଙ୍କୁ ପଚରାଉଚରା କରୁଛି । ଲୋକଙ୍କୁ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କର ଭୂମିକା ନେଇ ପଚରାଉଚରା କରାଯାଉଛି । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ପଚରାଉଚରା ପାଇଁ ନେଇଥିଲା କ୍ରାଇମବ୍ରାଂଚ୍ । ଏ ନେଇ କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି । ପାଣିଗ୍ରାହୀଙ୍କୁ ୧୦ ଜଣ ପୋଲିସ ଉଠାଇନେଇଥିବା ତାଙ୍କ ପତ୍ନୀ ପୂର୍ବରୁ କହିଥିଲେ ।

ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଗିରଫ ନିଲମ୍ବିତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ସଂପର୍କ ଓ ବେଆଇନ ଆର୍ଥିକ କାରବାର ପାଇଁ ଚର୍ଚ୍ଚାରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ କୋଭିଟ ସଂକଟ ସମୟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାବି ସମୁଦି ଓ ଜ୍ୱାଇଁଙ୍କ ସହ ଚାଟାର୍ଡ ଫ୍ଲାଇଟରେ ବୁଲି ଅୟସ କରୁଥିଲେ ।

Gopalpur MLA Pradeep Panigrahi