ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦି ବ୍ୟଥିତ | News Room Odisha

ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦି ବ୍ୟଥିତ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ମୋଦୀ ଟ୍ୱିଟ୍ କରି କହିଛନ୍ତି, ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ଅତ୍ୟନ୍ତ ବ୍ୟଥିତ। ଆମ ସମବେଦନା ଏବଂ ପ୍ରାର୍ଥନା ଆବେ ଓ ତାଙ୍କ ପରିବାର ଏବଂ ଜାପାନର ଲୋକମାନଙ୍କ ସହିତ ଅଛି |

ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ଶୁଣି ସ୍ତବ୍ଧ । ସେ ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି | ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି | ତାଙ୍କ ପରିବାର ସହିତ ପ୍ରତି ମୋର ସହାନୁଭୂତି ରହିଛି ।

ଆବେଙ୍କ ଉପରେ ଆକ୍ରମଣ ଘଟଣାରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଉପ୍ରକାଶ କରି କରିଛନ୍ତି।

ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବା ପାଇଁ ଇଣ୍ଡୋନେସିଆର ବାଲିରେ ପହଞ୍ଚିଥିବା ଆଣ୍ଟୋନି ବ୍ଲିଙ୍କେନ୍ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ମୁହୂର୍ତ୍ତ ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣାକୁ ନେଇ ଆମେରିକା ଅତ୍ୟନ୍ତ ଦୁ ଦୁଃଖିତ ଏବଂ ଚିନ୍ତିତ।