ପ୍ରଥମ ପର୍ଯ୍ୟାୟ 'ଆରଆରଟିଏସ୍' ଟ୍ରେନର ଶୁଭାରମ୍ଭ କଲେ ମୋଦୀ | News Room Odisha

ପ୍ରଥମ ପର୍ଯ୍ୟାୟ ‘ଆରଆରଟିଏସ୍’ ଟ୍ରେନର ଶୁଭାରମ୍ଭ କଲେ ମୋଦୀ

ସାହିବାବାଦ (ଉତ୍ତର ପ୍ରଦେଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ‘ରିଜିଓନାଲ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍’ (ଆରଆରଟିଏସ୍)ର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଆରଆରଟିଏସ୍ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳ ଗୁଡ଼ିକୁ ଯୋଡ଼ିବ‌।

୮୨ କିଲୋମିଟର ଲମ୍ବା ଦିଲ୍ଲୀ-ମେରଟ ମାର୍ଗରେ ପ୍ରଥମ ‘ନମୋ ଭାରତ’ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଆଗାମୀ ୧୨-୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବା ପରେ ମଧ୍ୟ ସେ ଲୋକଙ୍କ ସେବା କରିବାକୁ ଉପଲବ୍ଧ ହେବେ।

ପ୍ରଥମ ପର୍ଯ୍ୟାୟ ଆରଆରଟିଏସ୍ ସାହିବାବାଦ ଏବଂ ଦୁହାଇ ଡିପୋ ଷ୍ଟେସନକୁ ଯୋଡ଼ିବ । ଏହି ଟ୍ରେନର ଘଣ୍ଟା ପ୍ରତି ବେଗ ୧୮୦ କିଲୋମିଟର।

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ବେଙ୍ଗାଲୁରୁରେ ମଧ୍ୟ ଦୁଇଟି ମେଟ୍ରୋ ରେଳ ଲାଇନକୁ ଲୋକାର୍ପିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଉପସ୍ଥିତିରେ କହିଥିଲେ ଏହା ଏକ ଐତିହାସିକ ମୁହୂର୍ତ୍ତ । କାରଣ ଭାରତର ପ୍ରଥମ ‘ରାପିଡ୍’ ରେଳ ସେବା ‘ନମୋ ଭାରତ’ ଟ୍ରେନକୁ ସବୁଜ ପତାକା ଦେଖାଯାଇଛି |